କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ବିଜ୍ଞାନ ପରିଷଦ

କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ବିଜ୍ଞାନ ପରିଷଦ ଓ IQAC ମିଳିତ ଆନୁକୁଲ୍ୟରେ ଏକ ବିଶିଷ୍ଟ ବିଜ୍ଞାନ ପ୍ରଦର୍ଶନୀ ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ସ୍ପେନ ଓ ସାଇପ୍ରସରୁ ସାମୁଦ୍ରିକ ବିଜ୍ଞାନରେ ପ୍ରତିଷ୍ଠିତ ୪ଜଣ ପ୍ରତିନିଧି ଏହି ଅବସରରେ ଯୋଗ ଦେଇ ଥିଲେ ।ଏହି କାର୍ଯକ୍ରମର ଲକ୍ଷ୍ୟ ଥିଲା ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେଇ ଯୁବ ଚେତନାରେ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବା ସହିତ ଯୁବସମାଜ ମୁକ୍ତଭାବରେ ମତ ରଖିବାରେ ପ୍ରୟାସ କରିବା ।Marine Engineer ଶ୍ରୀ ନବୀନ କୁମାର, ଏନ୍ଡ୍ରିଆ ପାସ୍କୁଲ୍, ରୁବେନ ଡାନଚେ, ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନେ ସେମାନଙ୍କର ଅନୁଭୂତି ଏବଂ କୌଣସି ପରିସ୍ଥିତିରେ ଭାଙ୍ଗି ନପଡ଼ିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେଏଵଂ ଗବେଷଣାର ବିଭିନ୍ନ ବୈଜ୍ଞାନିକ ଅଗ୍ରଗତି ଓ ଜୀବିକା ଚୟନ କରିବାରେ ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହି ସଭାକୁ IQAC ଚେୟାରମେନ ସୁଭଦ୍ରା ଦାସ ଏବଂ କାହୁଁ ଚରଣ ମୁନା ଅଧ୍ୟାପକ,ଇଂରାଜୀ ବିଭାଗ ପରିଚାଳନା କରିଥିଲେ। ବିଜ୍ଞାନ ପ୍ରଦର୍ଶନୀରେ ମୋଟ ଆଠଟି ଗ୍ରୁପ୍ ଉତ୍ସାହ ର ସହିତ ଅଂଶ ଗ୍ରହଣ କରି ସେମାନଙ୍କର। ଅଭିନବ ପ୍ରକଳ୍ପ ପରୀକ୍ଷଣ ଏବଂ ମଡେଲ ଗୁଡ଼ିକୁ ପରିଦର୍ଶନ କରିଥିଲେ, ପରିଶେଷରେ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦେଇ କାର୍ଯକ୍ରମ ସମାପ୍ତ ହୋଇଥିଲା।ବିଜ୍ଞାନ ବିଭାଗର sub Lt ପ୍ରମୋଦରଞ୍ଜନ ଦାସ ପ୍ରାଧ୍ୟାପକ, ଅଧ୍ୟାପକ ଶ୍ରୀ ଯୁକ୍ତ ନିର୍ମଳ ଉର୍ମା ପଦାର୍ଥ ବିଜ୍ଞାନ ବିଭାଗ, ଅଧ୍ୟାପକ ଶ୍ରୀଯୁକ୍ତ ପରମଜିତ୍ ନୟକ୍ ରାସାୟନିକ ବିଜ୍ଞାନ ବିଭାଗ, ଅଧ୍ୟାପିକା ଶ୍ରୀମତି ରିତୁପ୍ରୀୟା ନାୟକ ଜୀବ ବିଜ୍ଞାନ, ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟମ୍ ପଟେଲ ରସାୟନ ବିଜ୍ଞାନ ବିଭାଗ ,ଶ୍ରୀମତୀ ଦେଓଲା ମାଝୀ, ମଞ୍ଜୁଶ୍ରୀ ଦାସ, ଦିଲ୍ଲୀପ କୁମାର ନନ୍ଦ, ଶ୍ରୀଯୁକ୍ତ ସୁଜିତ୍ ପୃଷେଠ୍ ଉପସ୍ଥିତ ଥିଲେ ଏବଂ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ ।
Go To Top